A Sahare Mote Hasiba Mana歌词由Lalit Kumar演唱,出自专辑《A Sahare Mote Hasiba Mana》,下面是《A Sahare Mote Hasiba Mana》完整版歌词!
A Sahare Mote Hasiba Mana歌词完整版
ଏ ସହରେ ମତେ ହସିବା ମନା ଋଷିବା ମନା
ଏ ସହରେ ମତେ ହସିବା ମନା,ଏ ସହରେ ମତେ ଋଷିବା ମନା
ହସିଲେ କି ଋଷିଲେ ମୁଁ ହସିଲେ କି ଋଷିଲେ ମୁଁ
ଦବାକୁ ପଡେ ମତେ ଜୋରି ମାନା ।
ଏ ସହରେ ମତେ ହସିବା ମନା,ଏ ସହରେ ମତେ ଋଷିବା ମନା ।
କଂଟାର ଶିକୁଳୀ ମତେ ପିନ୍ଧେଇଚି ବେଢି
ଭଅଁର ହେଇ ମୁଁ ଟିକେ ପାରୁ ନାହିଁ ଉଡି ।
ସପନ ଆସେନା ଆଉ ରାତି ଯାଏ ପାହି
ଅବୁଝା ପ୍ରେମୀର କଥା ବୁଝେନା ତ କେହି ।
ଅମାନିଆ ମନ କରେ ଅନେକ ଅଝଟ
ହେଲେ ତ ପାରେନା ଖୋଲି ହୃଦୟ କବାଟ ।
ଚାଲୁ ଚାଲୁ ଝୁଂଟିଲେ ମୁଁ ଚାଲୁ ଚାଲୁ ଝୁଂଟିଲେ ମୁଁ
ହଜାରେ ହୁଏ ତ ଏଠି ଆଲୋଚନା ।
ଏ ସହରେ ଗୀତ ଗାଇବା ମନା ,ଏ ସହରେ ମତେ ନାଚିବା ମନା ।
ଆଳାପ କରେ ମୁଁ ଯେବେ ପାହାଡି ରାଗରେ
ଝରଣା ପରି ସେ ନାଚେ ଆସି ମୋ ଆଗରେ ।
ଆଜି ବି ଖୋଜୁଚି ମୁଁ ଯେ ମୋର ଅଧୀକାର
ଦବାକୁ ମଥାରେ ତାର ଟୋପାଏ ସିନ୍ଦୂର ।
ସାଥୀ ଅଛି ସହରରେ ଅଛି ମୋସର ପ୍ରେମ
ଓଠ ଖୋଲି ପାରୁନି ମୁଁ କହି ତାର ନାମ ।
ବଂଚିବି ଯେ କେମିତି ମୁଁ ବଂଚିବି ଯେ କେମିତି ମୁଁ
ଜୀବନ ସାରା ପୁଣି ପ୍ରେମ ବିନା ।
ଏ ସହରେ ମତେ ହସିବା ମନା,ଏ ସହରେ ମତେ ଋଷିବା ମନା
ହସିଲେ କି ଋଷିଲେ ମୁଁ ହସିଲେ କି ଋଷିଲେ ମୁଁ
ଦବାକୁ ପଡେ ମତେ ଜୋରି ମାନା ।
ଏ ସହରେ ମତେ ହସିବା ମନା,ଏ ସହରେ ମତେ ଋଷିବା ମନା ।ା