Gopapuria Gouda Toka歌词由Prafulla Behera演唱,出自专辑《Gopapuria Gouda Toka》,下面是《Gopapuria Gouda Toka》完整版歌词!
Gopapuria Gouda Toka歌词完整版
ଗୋପ ପୁରିଆ ଗଉଡ ଟୋକା ଭାରି ଚତୁର
କାହାକୁ କେମିତି ମନେଇ ନବ ଜାଣେ ମନ୍ତର ।
ଏ ଗୋପ ପୁରିଆ ଗଉଡ ଟୋକା ଭାରି ଚତୁର
କାହାକୁ କେମିତି ମନେଇ ନବ ଜାଣେ ମନ୍ତର ।
ତାର ପ୍ରେମରେ ତାର ପ୍ରେମରେ ତାର ପ୍ରେମରେ
ପଡିବୁନି ଜମା ଲୋ ରାଧା ରାଣୀ
ବାଟରେ ଘାଟରେ ସାରି ଦବ ମହତ ତୋର
ଆହା ବାଟରେ ଘାଟରେ ସାରି ଦବ ମହତ ତୋର ।
ଟିକେ ଦେଖିକି ଚାହିଁକି ଯାଉଥିବୁ ଯମୁନା
କଳା କହ୍ନେଇ କରି ପାରେ କେତେବେଳେ କୋଉ ବାହାନା ।
ଟିକେ ମାପିକି ଚୁପିକି ଚାଲୁଥିବୁ ବାଟ ଲୋ
କଳା କହ୍ନେଇ ଜଗି ପାରେ କେତେବେଳେ କୋଉ ଘାଟଲୋ ।
ତାର ଫାସରେ ତାର ଫାସରେ ତାର ଫାସରେ
ଫସିବୁନି ଜମା ଲୋ ରାଧା ରାଣୀ
କଥାରେ କଥାରେ ଟାଣି ଦେବ ଓଢଣା ତୋର
ଆହା କଥାରେ କଥାରେ ଟାଣି ଦେବ ଓଢଣା ତୋର ।
କଳା ଗୁଣିଆ ଜାଣେ ଲୋ ଏମିତିକା କାଉଁରୀ
ନିଜେ ଖେଳେନା ଖେଳେଇବ ତତେ କାଲି ଚକା ଭଉଁରୀ ।
ଯଦି ଜାଣିକି ବୁଝିକି ପ୍ରେମରେ ତୁ ପଡିବୁ
କେତେ ଗଞଣା ଖୁଂଟଣାଲୋ ବିନା ଦୋଶେ ଖାଲି ଶୁଣିବୁ ।
ତାର କଥାକୁ ତାର କଥାକୁ ତାର କଥାକୁ
ଭରସି ବା ମନା ଲୋ ରାଧା ରାଣୀ
ବୀରହ ନିଆଁରେ ଜାଳି ଦବ ଜୀବନ ତୋର
ଆହା ବୀରହ ନିଆଁରେ ଜାଳି ଦବ ଜୀବନ ତୋର
ରାଧା ଲୋ ବୀରହ ନିଆଁରେ ଜାଳି ଦବ ଜୀବନ ତୋର
ଜାଳି ଦବ ଜାଳି ଦବ ଜୀବନ ତୋର ।ା