Marijibi Dhana Tori Bina 2歌词由Humane Sagar演唱,出自专辑《Marijibi Dhana Tori Bina 2》,下面是《Marijibi Dhana Tori Bina 2》完整版歌词!
Marijibi Dhana Tori Bina 2歌词完整版
ତୁ ଯଦି ଭୁଲିଯିବୁ ମତେ ଲୋ …
ତୁ ଯଦି ଲୁହ ଦବୁ ମତେ
କେମିତି ବଞ୍ଚିବି ତୁ କହନା...
ମୁଁ ମରିଯିବି ମରିଯିବି ଧନ ତୋରି ବିନା ...
ଛାଡି ତୁ ଯାଆନା, ମନ ମୋ ବୁଝେନା
ତୋ ରାଗ ନିଆଁରେ ଜାଳିତୁ ଦେନା...
ତୁ ମୋର ନିଶ୍ୱାସ, ତୁ ମୋର ବିଶ୍ୱାସ
ନବୁ ଯଦି ନେଇଯାଆ ତୁ ମୋ ସର୍ବସ୍ୱ
ତୋ ମିଠା ଛଳନା, ଏ ଛାତି ସହେନା
ଦରଦୀ ହୃଦୟ , ଝୁରି ମରେ ସିନା...
କେମିତି କହିବି, ତୁ ଅଛୁ କୋଉଠି
ସାତ ସିନ୍ଦୁକରେ ରଖିଛି ସାଇତି
ପାରୁନି ଭୁଲି ମୁଁ ତତେ ଲୋ…
କରିଲେ ବାହାନା ବି ଯେତେ
କେମିତି ବଞ୍ଚିବି ତୁ କହନା...
ମୁଁ ମରିଯିବି ମରିଯିବି ଧନ ତୋରି ବିନା ...
ଏମିତି ଜୀବନ ଭାଙ୍ଗିଲା ସପନ
ଭରଷା ଜୁଇରେ ଜଳୁଛି ଏମନ
ଲୁହରେ ଭାଙ୍ଗିବ ସ୍ମୃତି ବାଲିଘର
କେମିତି ଶୁଭୁନି ମୋ ଛାତି ସ୍ପନ୍ଦନ
ଶୁଖିଲା ନଈର ଶୁଆ ଟିଏ ପରି
ମୁଁ ଚାଲିଯିବି ଦରିଆ ସେପରି
ରକତେ ଲେଖିଛି ଏ ପ୍ରେମ କାହାଣୀ
ମୁଁ ନୁହେଁ ରାଜା ତୁ ନୁହେଁ ରାଣୀ
ସୁଖ ଶାନ୍ତି ସବୁ ଯେତେ ଲୋ…
ତୋ ବିନା ଫିକା ଲାଗେ ସତେ
କେମିତି ବଞ୍ଚିବି ତୁ କହନା...
ମୁଁ ମରିଯିବି ମରିଯିବି ଧନ ତୋରି ବିନା