Bela Thau Thau Hua Sabadhana歌词由Prafulla Behera演唱,出自专辑《Bela Thau Thau Hua Sabadhana》,下面是《Bela Thau Thau Hua Sabadhana》完整版歌词!
Bela Thau Thau Hua Sabadhana歌词完整版
ମଟର ଯାନ ରେ ଯିବ ତୋର ଶବ
ଚାରି କାନ୍ଧ ପାଇଁ ବେଳ କାହିଁ
ବିଜୁଳି ଚୁଲା ରେ ଜଳିଯିବ ଶବ
କାଠ ଘିଅ ଆଉ ଲୋଡ଼ା ନାହିଁ
ମଟର ଯାନ ରେ ଯିବ ତୋର ଶବ
ଚାରି କାନ୍ଧ ପାଇଁ ବେଳ କାହିଁ
ବିଜୁଳି ଚୁଲା ରେ ଜଳିଯିବ ଶବ
କାଠ ଘିଅ ଆଉ ଲୋଡ଼ା ନାହିଁ
ବେଳ ଥାଉଁ ଥାଉଁ , ବେଳ ଥାଉଁ ଥାଉଁ , ବେଳ ଥାଉଁ ଥାଉଁ
ହୁଅ ସାବଧାନ ରେ ଧନ
ଆଜି ମରିଗଲେ କାଲିକି ହବରେ ଦି ଦିନ ...........|୦|
କୋଠା ତୋଳୁଥା , ଧନ ସାଞ୍ଚୁଥା , ଧର୍ମ ଛଡା ତତେ କିଏସେ କରିବା ପାରି
ଚୋରି କରୁଥା ଦୋଳି ଖେଳୁଥା , ହରି ନାମ ବିନା କିଏସେ ବହିବା ତରି
ମୁଖାଗ୍ନି ଦେବାକୁ , ତୋ ଗେଲ୍ହା ପୁଅର ଚାକିରୀ ରେ ଛୁଟି ମିଳେ ନାହିଁ
ବେଳ ଥାଉଁ ଥାଉଁ , ବେଳ ଥାଉଁ ଥାଉଁ , ବେଳ ଥାଉଁ ଥାଉଁ
ହୁଅ ସାବଧାନ ରେ ଧନ
ଆଜି ମରିଗଲେ କାଲିକି ହବରେ ଦି ଦିନ ..........|୧|
ଗଳା କାଟୁଥା ,ଲହୁ ପିଉଥା ,ଭାତ ମୁଠେ ତତେ କିଏସେ ଦବରେ ବାଢି
ଗାଡି କିଣୁଥା ,ଗର୍ବ କରୁଥା ,ପାଣି ପାଣି ବୋଲି ଜୀବ ଗଲେ ଯିବୁ ପଡି
ମୁଣ୍ଡନ ହେବାକୁ ମନା କରେ ପୁଅ , ସାଙ୍ଗ ଗହଣ ରେ ଲାଜ ପାଇଁ
ବେଳ ଥାଉଁ ଥାଉଁ , ବେଳ ଥାଉଁ ଥାଉଁ , ବେଳ ଥାଉଁ ଥାଉଁ
ହୁଅ ସାବଧାନ ରେ ଧନ
ଆଜି ମରିଗଲେ କାଲିକି ହବରେ ଦି ଦିନ ..........|୨|