Rati Hele Srimandire Kiye Kanduchhi歌词由Suresh Wadekar演唱,出自专辑《Rati Hele Srimandire Kiye Kanduchhi》,下面是《Rati Hele Srimandire Kiye Kanduchhi》完整版歌词!
Rati Hele Srimandire Kiye Kanduchhi歌词完整版
ରାଧା ଆସିଚି ନା ମୀରା ଆସିଛି ,ରାଧା ଆସିଚି ନା ମୀରା ଆସିଛି
ରାତି ହେଲେ ଶ୍ରୀମନ୍ଦିରେ କିଏ କାନ୍ଦୁଚି ।
ଦେବକୀ ଆସିଚି ନା ଯଶୋଦା ଆସିଚି ଦେବକୀ ଆସଚି ନା ଯଶୋଦା ଆସିଚି
ବଡ ଦାଣ୍ଡେ କାହା ଛାଇ ଘୁରି ବୁଲୁଚି ।
ରାଧା ଆସିଚି ନା ମୀରା ଆସିଛି ,ରାଧା ଆସିଚି ନା ମୀରା ଆସିଛି .....
ରାଧା ଆଉ ମୀରା ପ୍ରୀତିର କଇଁ ,ଦେବକୀ ଯଶୋଦା ମମତା ନଇ ।
ହଁ ଦି ଜଣ ଭାସନ୍ତି ଦୁଃଖ ନଇରେ ,ଆଉ ଦି ଜଣ ତ ଲୁହ ସାଗରେ ।
ଦାରୁ ଦିଅଁ ଏ କଥା କି ବୁଝି ପାରୁନି ....
ରାଧା ଆସିଚି ନା ମୀରା ଆସିଚି ,ରାଧା ଆସିଚି ନା ମୀରା ଆସିଚି ।
ସ୍ନେହ ଆଉ ପ୍ରେମ ଦୁଇଟି ଧାର ,ଦୁଇ ଧାରେ ବନ୍ଧା କଳାଠାକୁର
ଡେଇଁ ପାରୁ ନାହିଁ ଲକ୍ଷ୍ମଣ ଗାର ,କେମିତି ପୋଛିବ ତା ଲୁହ ଧାର ।
ଲୁଚି ଲୁଚି ଶ୍ରୀମନ୍ଦିରେ ଜଗା କାନ୍ଦୁଚି ......
ରାଧା ଆସିଚି ନା ମୀରା ଆସିଚି ,ରାଧା ଆସିଚି ନା ମୀରା ଆସିଚି
ରାତି ହେଲେ ଶ୍ରୀମନ୍ଦିରେ କିଏ କାନ୍ଦୁଚି ।
ଦେବକୀ ଆସିଚି ନା ଯଶୋଦା ଆସିଚି ଦେବକୀ ଆସଚି ନା ଯଶୋଦା ଆସିଚି
ବଡ ଦାଣ୍ଡେ କାହା ଛାଇ ଘୁରି ବୁଲୁଚି ।ା